ବାଇକ୍‌ରେ କାର୍ଯ୍ୟସ୍ଥଳକୁ ଯାଉଥିଲେ ପୋଲିସ କର୍ମଚାରୀ: ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ପରେ…

ବରୀ,୧୪।୦୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବାଇଁଶିରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ୱନାଥ ନାୟକଙ୍କ ବଡ଼ ପୁଅ ସୂର୍ଯ୍ୟକାନ୍ତ ନାୟକ(୩୨)ଙ୍କ ର ହୃଦଘାତରେ ପରଲୋକ ଘଟିଛି।
ପ୍ରକାଶ ଥାଉକି, ସୂର୍ଯ୍ୟକାନ୍ତ କୋରାପୁଟ ଜିଲାରେ ଓଡିଶା ପୋଲିସର ଇଣ୍ଡିଆନ ରିଜର୍ଭ ବାଟାଲିୟନରେ କାର୍ଯ୍ୟରତ ଥିଲେ। ସକାଳେ ନିଜ କାର୍ଯ୍ୟକୁ ଯୋଗ ଦେବାକୁ ବାଇକ ଯୋଗେ ଯାଉଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭ କରିବାରୁ ସେ ନିଜେ ନିକଟସ୍ଥ ଚିକିତ୍ସା କେନ୍ଦ୍ରକୁ ଯାଇ ଚିକିତ୍ସିତ ହେବା ସମୟରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ଅନ୍ତର୍ବିଭାଗକୁ ପଠାଇ ଦେଇଥିଲେ। ସେଠାରେ ରବିବାର ସକାଳେ ତାଙ୍କ ପରଲୋକ ଘଟିଛି। ମୃତକ ସୂର୍ଯ୍ୟକାନ୍ତ ଚାକିରୀ ଜୀବନରେ ଥାଇ ମଧ୍ୟ ନିଜ ଅଞ୍ଚଳର ସମସ୍ୟାକୁ ସମାଧାନ କରିବା ଏବଂ ବିଭିନ୍ନ ସଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସହ ଜଡିତ ରହି ଜଣେ ମେଳାପୀ ବ୍ୟକ୍ତି ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଶ୍ରୀ ନାୟକଙ୍କର ଏକ ବର୍ଷର ଗୋଟିଏ ପୁଅ ରହିଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।