ଛତ୍ରପୁର,୩।୯(ଦିଲ୍ଲୀପ ସାମଲ/ ସନ୍ତୋଷ ପାଢ଼ୀ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମର ହନୁମାନ ବିଗ୍ରହଙ୍କ ୫ କିଲୋ ଓଜନର ଗଦା ଚୋରି ହୋଇଥିଲା। ଏଥିସହ ଗତ କିଛି ଦିନ ହେଲା ଗ୍ରାମରେ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଗ୍ରାମ୍ୟ କମିଟି ଛତ୍ରପୁର ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ୫୯୫/୨୫ ନଂ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଛତ୍ରପୁର ଥାନା ପୋଲିସ ଏହି ମାମଲାରେ ଜଡିତ ଲଣ୍ଡାବାଉଁଶ ଗ୍ରାମର ସନ୍ତୋଷ କୁମାର ଗୌଡ଼ (୪୬) ଓ ଶିବ ସାହୁ (୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କଠାରୁ ହନୁମାନ ବିଗ୍ରହଙ୍କ ୫ କିଲୋ ଓଜନର ପିତ୍ତଳ ଗଦାଙ୍କୁ ଜବତ କରିଛି। ପରେ ଉକ୍ତ ଗଦା କୁ ଗ୍ରାମ୍ୟ କମିଟିକୁ ହସ୍ତାନ୍ତର କରାଯାଇଥିବା ଛତ୍ରପୁର ଥାନା ଅଧିକାରୀ ସବ୍ୟ ସାଚୀ ମଲ୍ଲ ସୂଚନା ଦେଇଛନ୍ତି।