ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ-ଅବକାରୀ ବିଭାଗ: ସଚେତନତାକୁ ନେଇ ଉଠୁଛି ପ୍ରଶ୍ନ

ଦାରିଙ୍ଗବାଡି, ୧୫/୧୧ (ଅରୁଣ ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦତିଙ୍ଗବାଡି ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଗଞ୍ଜେଇ ଚାଷକୁ ସମୂଳ ନଷ୍ଟ କରିବାକୁ ଜୋରଦାର ପଦକ୍ଷେପ ଆରମ୍ଭ ହୋଇଛି। ଚଳିତ ବର୍ଷ ଦିତୀୟ ଥର ପାଇଁ ଗଞ୍ଜେଇ ଗଛ କାଟିବା ଓ ତାକୁ ନଷ୍ଟ କରିବାରେ ପୋଲିସ ଓ ଅବକାରୀ ବିଭାଗ ପଦକ୍ଷେପ ନେଇଛି। ପ୍ରାୟ ୫୧ ଏକର ଜମିରେ ରହିଥିବା ଏହି ଗଞ୍ଜେଇ ଚାଷକୁ କାଟିବା ଓ ପୋଡି ନଷ୍ଟ କରିଥିବା ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀ କହିଛନ୍ତି।

ଦାରିଙ୍ଗବାଡି ଥାନା ଦୁର୍ଗମ ପର୍ତ୍ତମାହା ପଞ୍ଚାୟତର କହମ୍ପଡି, ଜାଗାଡି ଆଦି ଅଞ୍ଚଳରେ ଏହି ଚାଷ ନଷ୍ଟ କରାଯାଇଥିବା କୁହାଯାଇଛି। ତେବେ ପୋଲିସ ଗତ କିଛି ବର୍ଷ ଧରି ଏହି ଗଞ୍ଜେଇ ଗଛ ନଷ୍ଟ କରିଆସିଥିଲେ ମଧ୍ୟ ଏହି ଚାଷ କିଏ କରିଛି ଏବଂ ଯେଉଁ ଜମିରେ ଏହି ଚାଷ ହେଉଛି ତାହାର ମାଲିକ ନା ସରକାରୀ ଜମିକୁ ଗଞ୍ଜେଇ ମାଫିଆ ମାନେ ଅପବ୍ୟବହାର କରୁଛନ୍ତି। ସେ ନେଇ ଆଜି ପର୍ଯ୍ୟନ୍ତ ମାଫିଆ ମାନଙ୍କୁ ଧରିବାରେ ବିଫଳ ହୋଇଛି । ସେହିପରି ଏହି ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ ପୋଲିସ କିମ୍ବା ଅବକାରୀ ବିଭାଗ କିଭଳି ଜାଣିପାରୁନାହିଁ ସେନେଇ ପ୍ରଶ୍ନ ଉଠୁଛି । ପୋଲିସ ଓ ଅବକାରୀ ବିଭାଗ ତାର ଗୋଇନ୍ଦା ସୂଚନାକୁ ଆହୁରି ଶକ୍ତିଶାଳୀ କରିବା ସହ ଏହି ଚାଷ ନକରିବା ପାଇଁ ବ୍ୟାପକ ସଚେତନ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

 

Dharitri – Odisha’s No.1 Odia Daily