ପୋଲିସ-ଅବକାରୀ ବିଭାଗର ଚଢ଼ାଉ: ୪ ଚୋରାମଦ କାରବାର କରୁଥିବା ବ୍ୟବସାୟୀଙ୍କୁ ନୋଟିସ, ଦେଶୀ-ବିଦେଶୀ…

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ):ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନ କୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇଛି ଫଳରେ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଦୁର୍ଘଟଣା ଓ ଅଶାନ୍ତି ଭଳି ପରିସ୍ଥିତି ବୃଦ୍ଧିକୁ ନେଇ ପୋଲିସ ର ଚିନ୍ତା ବଢିଛି । ନୂତନ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଏବେ ଚୋରାମଦ କାରବାରକୁ ରୋକିବା ପାଇଁ ଅଣ୍ଟା ଭିଡ଼ିଥିବା ଜଣାପଡିଛି। ଶନିବାର ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ଉକ୍ତ ବ୍ଲକ ଦାରିଙ୍ଗବାଡି, ଗ୍ରୀନବାଡି, ପ୍ଳିହେରୀର ମ୍ଲୁକଚେରୀ ଏବଂ ସିମନବାଡି ଅଞ୍ଚଳରେ ଚଢ଼ାଉ କରି ୫ ଲିଟର ବିଦେଶୀ ମଦ ସହ ୧୮ ଲିଟର ଦେଶୀ ମଦ ଜବତ କରିଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି । ଏନେଇ ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ୪ଟି ମାମଲା ରୁଜୁ କରି ଚାରିଜଣ ମଦ ବ୍ୟବସାୟୀଙ୍କୁ ଗିରଫ ସହ ନୋଟିସ ଜାରୀ କରି ଛାଡି ଦେଇଥିବା ଜଣାପଡିଛି। ଗିରଫଙ୍କ ମଧ୍ୟରେ ସିମନବାଡିର ସନ୍ତୋଷ କୁମାର ସାହୁ, ଗ୍ରୀନବାଡିର ଅଶୋକ ନାୟକ, ଦାରିଙ୍ଗବାଡି ର ସରସ୍ବତୀ ସାହୁ ଏବଂ ମ୍ଲୁକଚେରୀର ଦମୟନ୍ତୀ ନାୟକ ବୋଲି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ପୋଲିସ ଓ ଅବକାରୀ ବିଭାଗର ଏହି ଅଭିଯାନ ଆଗକୁ ଜୋରଦାର କରାଯିବ ବୋଲି ଆଇଆଇଆସି କହିଛନ୍ତି।

Dharitri – Odisha’s No.1 Odia Daily

Share