ଗୋଡ଼ାଇ ଗୋଡ଼ାଇ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଗାଡ଼ିକୁ ଧରିଲା ପୋଲିସ, ଗାଡି ଭିତରେ ଥିଲା…

ଅମରପାଲି,୧୭।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ନିକଟରୁ ଗୋଟିଏ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ପୋଲିସ ଧରିଛି। ଫ୍ଲିମ ଷ୍ଟାଇଲେ ଉକ୍ତ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିବା ସହିତ ଗାଡିରେ ୫ ଜଣ ଯୁବକ ଥିବା ବେଳେ ୪ ଜଣକୁ ପୋଲିସ କାବୁ କରିଥିବା ବେଳେ ଜଣେ ଫେରାର୍‌ ହୋଇଛି। ସୂଚନା ଅନୁସାରେ, ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟର ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଏକ ପୋଲିସ ଟିମ ଧରି OD୨୩R୬୧୬୫ ନମ୍ବର ବିଶିଷ୍ଟ ସୁଇଫ୍ଟ ଡିଜାୟାର ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ କରି ପିଛା କରିଥିଲା। ଗାଡ଼ିଟି ଦ୍ରୁତ ବେଗରେ ଯାଉଥିବା ବେଳେ ସୁବଳୟାରୁ ଖଣ୍ଡହତା ଆଡ଼କୁ ଯାଉଥିଲା। ପୋଲିସ ଗାଡ଼ିକୁ ଖଣ୍ଡହତା ନିକଟରେ କାବୁ କରିବା ସହିତ ଗାଡ଼ିରେ ଥିବା ଗଞ୍ଜେଇକୁ ଜବତ କରିଛି ଏବଂ ଗାଡ଼ି ଭିତରରେ ଥିବା ୪ ଜଣ ଯୁବକଙ୍କୁ ମଧ୍ୟ ବୀରମହାରାଜପୁର ଥାନାକୁ ଆଣି ଅଟକ ରଖିଛି। କେତେ ପରିମାଣର ଗଞ୍ଜେଇ ଜବତ ହୋଇଛି ଏଯାଏ ତାହା ସ୍ପଷ୍ଟ ହୋଇ ନାହିଁ।

 

Dharitri – The Largest & Most Trusted Odia Daily