ରାୟଗଡ଼ା,୧୨।୨(ଆଶିଷ ରଞ୍ଜନ ପଣ୍ଡା):ବ୍ରେକ ଫେଲ ହେଲା ପୋଲିସ ବସ୍। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ବାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଥିବାବେଳେ ରାୟଗଡା ସହରର ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା। ଶତାଧିକ ଆନ୍ଦୋଳନ କାରି ରହିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଉପସ୍ଥିତ ଥିଲେ ଏବଂ ସାମ୍ବାଦିକମାନେ ଖବର ସଂଗ୍ରହ କରୁଥିଲେ। ଏତିକି ବେଳେ ଅଟକି ଥିବା ପୋଲିସ ବସ ବ୍ରେକ ଫେଲ ହୋଇ ହଠାତ୍ ଗଡିଗଲା। ସମ୍ମୁଖରେ ଥିବା ଲୋକଙ୍କୁ ଚିଲେଇଲେ ଡ୍ରାଇଭର। ଫଳରେ ସମସ୍ତେ ତୁରନ୍ତ ସ୍ଥାନ ଛାଡ଼ିଦେଇଥିଲେ। ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ।
ପ୍ରକାଶ ଥାଉ କି, ନବରଙ୍ଗପୁରରେ ମୂଖ୍ୟମନ୍ତ୍ରୀ ପ୍ରୋଗ୍ରାମ ନିମନ୍ତେ ରାୟଗଡ଼ାରୁ ପୋଲିସ ବସରେ ୩୮ ଜଣ ପୋଲିସ କର୍ମୀ ଉପସ୍ଥିତ ଥିଲେ। ଏନେଇ ଖବର ପାଇ ଘଟଣାସ୍ଥଳରେ ପହଁଚି ରାୟଗଡ଼ା ଏସଡିପିଓ ଗୌରହରି ସାହୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ।