ଭିଜିଲାନ୍ସ ଜାଲରେ ପୋଲିସ ଏଏସ୍‌ଆଇ ବୁଡ଼ୁ ଭୋଇ, ଲାଞ୍ଚନେବା ବେଳେ…

ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଏଏସ୍‌ଆଇ ବୁଡ଼ୁ ଭୋଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରିନେଇଛି।

ବୁଡ଼ୁ ଭୋଇଙ୍କ ଘର ଓ ଅଫିସରେ ଏକକାଳୀନ ରେଡ ଚାଲିଛି। ତେବେ ଅଭିଯୋଗକାରୀଙ୍କ ଏକ ବାଇକ୍‌ ଦୁର୍ଘଟଣା ହୋଇ ଜବତ ହୋଇଥିଲା। ବାଇକ୍‌ ରିଲିଜ ପାଇଁ ଲାଞ୍ଚ ମାଗିଥିଲେ ଏଏସ୍‌ଆଇ। ଏ ନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାସ୍ସ ଟିମ୍‌ ତାଙ୍କୁ କରି ନେଇଥିଲା।