ଭୋପାଳ,୨୦।୩: ମଧ୍ୟପ୍ରଦେଶର ସଲାମତପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଖୋହା ଗାଁରେ ଭାଉଜଙ୍କୁ ହତ୍ୟା କରିଛନ୍ତି ନିଜ ଦିଅର। ରିପୋର୍ଟ ଅନୁସାରେ, ଖୋହା ବାସିନ୍ଦା ଖେମଚାନ୍ଦ ମାଲବ୍ୟ ସକାଳେ କ୍ଷେତରେ କାମ କରିବା ପାଇଁ ଘରୁ ବାହାରିଥିଲେ। ତାଙ୍କ ସ୍ତ୍ରୀ ପୂଜା ମାଲବ୍ୟ (୩୨) ତାଙ୍କ ୮ ବର୍ଷର ପୁଅ ଋତିକଙ୍କ ସହିତ ଘରେ ରହିଥିଲେ। ସକାଳ ପ୍ରାୟ ୯ଟା୩୦ ସମୟରେ, ପୂଜା ରୋଷେଇ ଘରେ ରୋଷେଇ କରୁଥିବା ସମୟରେ ତାଙ୍କ ଦିଅର ରାମୁ ମାଲବ୍ୟ (୨୭) ସେଠାରେ ପହଞ୍ଚି ତାଙ୍କୁ ଚା’ ତିଆରି କରିବାକୁ କହିଥିଲେ। ଅଜଣା କାରଣ ଯୋଗୁଁ ପୂଜା ଚା ତିଆରି କରିବାକୁ ମନା କରିଦେଇଥିଲେ।
ଚା ପିଇବାକୁ ମନା କରିବାରୁ ରାମୁର କ୍ରୋଧ ନିୟନ୍ତ୍ରଣ ବାହାରେ ଚାଲିଗଲା। ପାଖରେ ଥିବା ବାଡିରେ ସେ ଭାଉଜଙ୍କ ମୁଣ୍ଡକୁ ପିଟିଥିଲେ । ପୂଜା ଛାଡିଦେବା ପାଇଁ ଅନେକ ବାର ଗୁହାରି କରିଥିଲେ ହେଁ ସେ ଶୁଣିନଥିଲେ । ଅପରାଧ ପରେ ଅଭିଯୁକ୍ତ ଘରୁ ବାହାରକୁ ଗଲେ, ଯେଉଁଠାରେ ତାଙ୍କ ବଡ଼ ଭାଇ ଗଣେଶରାମ ତାଙ୍କୁ ରକ୍ତରେ ଜୁଡ଼ୁବୁଡ଼ୁ ଦେଖିଲେ। ମୁଁ ମୋ ଭାଉଜଙ୍କୁ ହତ୍ୟା କରିଛି କହି ଘଟଣାସ୍ଥଳରୁ ପଳାଇଗଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ଅଭିଯୁକ୍ତ ରାମୁ ମାଲବ୍ୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା ।