୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ କୋରାପୁଟ ଅଞ୍ଚଳକୁ ଚାଲାଣ ହେଉଥିଲା। ଯୁବକ ଜଣକ କୋରାପୁଟ ବଡଦେଉଳା ଗ୍ରାମର ସମିୟ ରଞ୍ଜନ ପରଜା ବୋଲି ପରିଚୟ ମିଳିଛି। ଅବକାରୀ ଥାନା ପିଆର ନ ୨୩୯/୨୫-୨୬ ପ୍ରକାରେ ମାମଲା ରୁଜୁ କରି ଅଦାଲତ ଚାଲାଣ କରାଯାଇଛି। ତଦନ୍ତ ଅବକାରୀ ଥାନା ଓଆଇସି ରାଜୁ କୁମାର କ୍ଷତି କରୁଥିବା ନନ୍ଦପୁର ଅବକାରୀ ନିରୀକ୍ଷକ ସୁଧୀର ସାହୁ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share