ଯୁବତୀଙ୍କ ସହ ସମ୍ପର୍କ ରଖି ଭଡିଓ ଭାଇରଲ କରିଥିବା ବଳତ୍କାରୀଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗୀର,୧୧।୮:( ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଞ୍ଚଳରେ ଭିଡିଓ ଭାଇରାଲ କରିଥିବା ଜେଲ ଫେରନ୍ତା ବଳତ୍କାରୀ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କୁ ଗୁଜୁରାଟର ରାକ କୋଟରୁ ଉଠାଇ ଆଣିଲା ଦେଓଗାଁ ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଦେଓଗାଁ ଥାନା ଉପରଝର ଗାଁର ଆକାଶ ବିଶାଳ। ଅଭିଯୁକ୍ତ ଜଣଙ୍କ ଦେଓଗାଁ ଥାନା ଉପର ଝରଗାଁର ଜୈନିକ ଯୁବତୀଙ୍କୁ ବଳାତ୍କାର ପରେ ଭିଡ଼ିଓ ଭାଇରାଲା କରିଥିଲେ। ପୂର୍ବରୁ ମଧ୍ୟ କଳାହାଣ୍ଡି ଜିଲା ରାମପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରି ଜେଲ ଯାଇଥିଲେ। ଏବେ ନିଜ ଗାଁର ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ଭିଡ଼ିଓ ଭାଇରାଲ କରିଥିଲେ। ତେବେ ଦେଓଗାଁ ପୋଲିସ ଗିରଫ କରି ସୋମବାର ଅଭିଯୁକ୍ତଙ୍କ ମେଡିକାଲ ଟେଷ୍ଟ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଜେଲ ଯାଇଥିବା ଦେଓଗାଁ ଥାନା ଅଧିକାରୀ ବୁଲୁମୁଣ୍ଡା ସୂଚନା ଦେଇଛନ୍ତି।