୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ ଭଞ୍ଜନଗର କୋର୍ଟ
ଚାଲାଣ କରାଯାଇଥିଲା । ସେ ଆଜକୁ ୧୬ ବର୍ଷ ତଳେ ତାଙ୍କରି ଗ୍ରାମର ଜଣଙ୍କୁ ଅନ୍ୟ ଜଣଙ୍କ ସହ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ଫେରାର ହୋଇଯାଇଥିଲେ। ଦୀର୍ଘ ୧୬ ବର୍ଷ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
ଏନେଇ ଜି ଆର ୪୫/୨୦୦୯ ରେ ଏକ ମାମଲା ସେ ସମୟରେ ହୋଇଥିଲା। ହତ୍ୟା ଭଳି ଏକ ଗୁରୁତ୍ବପୂର୍ଣ୍ଣ ମାମଲାରେ ପୋଲିସ ଦୀର୍ଘ ବର୍ଷ ଧରି ଅଭିଯୁକ୍ତଙ୍କୁ ଗିରଫ କରିପାରିନଥିଲା । କିନ୍ତୁ ଶେଷରେ ୱାରେଣ୍ଟ ବଳରେ ଆସାମୀ ଗିରଫ ହୋଇଛନ୍ତି । ଅନ୍ୟ ଜଣେ ଆସାମୀ ପୂର୍ବରୁ ଗିରଫ ହୋଇଥିଲେ।

 

Dharitri – Odisha’s No.1 Odia Daily

 

Share