ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ନେଇ ସୋମବାର ଖବର ଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ASP ଆଦିତ୍ୟ ସେନ । ପୁଣି ଥରେ ନବରଙ୍ଗପୁର ଜିଲା ମୈଦଲପୁର ଥାନାକୁ ମିଳିଛି ବଡ଼ ସଫଳତା । ପୋଲିସ କହିବା ପ୍ରକାରେ ଗତ ଶନିବାର ରାତିରେ ମୈଦଲପୁର ଥାନା ଅଧିକାରୀ ବିପିନ କୁମାର କୂଲଦୀପଙ୍କ ଟିମ ମୈଦଲପୁର ସ୍ଥିତ ନିଳାଦ୍ରୀଗୁଡା ନିକଟରେ ପୋଲିସ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଦୃର୍ବୃତ୍ତମାନେ ମୈଦଲପୁର ଅଞ୍ଚଳରେ ଡକାୟତ କରିବାକୁ ଯୋଜନା କରୁଥିଲେ।
ପୋଲିସକୁ ସନ୍ଦେହ ହେବାରୁ ସେମାନଙ୍କ ନିକଟରେ ପହଞ୍ଚି ୬ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ ଜଣେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ମାନଙ୍କ ସହ ଏକ କାର , ବିଭିନ୍ନ ପ୍ରକାର ମାରଣାସ୍ତ୍ର ,୯ଟି ମୋବାଇଲ , ନକଲି ସୁନା ଶଙ୍ଖ ସହ ନଗଦ ୧୪୫୦୦ଟଙ୍କା ଜବତ କରିଛି ପୋଲିସ । ମାମଲା ରୁଜୁ କରି ୬ ଜଣକୁ କୋର୍ଟ ଚାଲାଣ ହୋଇଥିବା ବେଳେ ଫେରାର ଅଭିଯୁକ୍ତକୁ ଶୀଘ୍ର ଧରାଯିବ ବୋଲି ପୋଲିସ ସୂଚନା ଦେଇଛି । ଖବର ଦାତା  ସମ୍ମିଳନୀରେ ପାପଡାହାଣ୍ଡି ଏସ୍ଡିପିଓ ସତ୍ୟଜିତ କାଣ୍ଡେଲକେଲ , ଆଇଆଇସି ବିପିନ କୁମାର କୁଲଦୀପ, ଏ ଏସ ଆଇ କମଳ ଲୋଚନ ନାୟକ ଓ ଲୋକେଶ କୁମାର ଭୋଇ ଓ ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
Dharitri – Odisha’s No.1 Odia Daily