ବରଗଡ,୨୫।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଅପରେଶନ କବଚରେ ବୁଧବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ମୂଳ ବାସିନ୍ଦା ତଥା ବର୍ତ୍ତମାନ ମୁମ୍ବାଇର ରହୁଥିବା ଚାନ୍ଦିନୀ ଅଗ୍ରୱାଲ (୩୦), ବିହାର ରାଜ୍ୟର ମୂଳ ବାସିନ୍ଦା ତଥା ବର୍ତ୍ତମାନ ମୁମ୍ବାଇରେ ରହୁଥିବା ରାକେଶ କୁମାର ମଣ୍ଡଳ(୩୮), ପଦ୍ମପୁରର ମହମ୍ମଦ ରିଜୱାନ(୨୪) ଏବଂ ସିଦ୍ଧେଶ୍ୱର ପଟ୍ଟନାୟକ (୨୬)। ସେମାନଙ୍କ ପାଖରୁ ନଗଦ ୭ ଲକ୍ଷ ଟଙ୍କା ସମେତ ପାସବୁକ, ମୋବାଇଲ, ଲାପଟପ ଆଦି ଜବତ ହୋଇଛି। ଅଭିଯୁକ୍ତମାନେ ପ୍ରାୟ ୭ କୋଟି ଟଙ୍କା ଠକେଇରେ ସମ୍ପୃକ୍ତ ଥିବା ଜଣାପଡିଛି ବୋଲି ଖବରଦାତା ସମ୍ମିଳନୀରେ ବରଗଡ଼ ଏସପି ପି. ଏସ ମୀନା ସୂଚନା ଦେଇଛନ୍ତି।