୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି । ୩୯ ଶିକାରିକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୯ ଦେଶୀ ବନ୍ଧୁକ ୨୦ ଧନୁତୀର, ବିପୁଳ ପରିମାଣର ବନ୍ଧୁକ ପାଉଡର ସହ ଅସ୍ତ୍ରଶସ୍ତ୍ର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଉଦଳା ଥାନା ଅଧିନ ଅମ୍ବିକାଦେଇପୁର, ମହାଲିସାହି, ଲୁକୁଇଡା, ମାଟାକମଟଲା, ଜିତୁସାହି, ଖଲାଡି, ଲଙ୍ଗାଡି ଗ୍ରାମର ଶିକାରୀ ବୋଲି ଚିହ୍ନଟ କରାଯାଇଥିବା ନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ରାତି ସଶସ୍ତ୍ର ଶିକାରିଙ୍କ ଏକ ଦଳ ଶିମିଳିପାଳ ଅଭୟାରଣ୍ୟରେ ପ୍ରବେଶ କରିଥିଲେ । ଜଙ୍ଗଲରେ ଏଆଇ କ୍ୟାମେରା ଦ୍ୱାରା ସେମାନଙ୍କୁ ଚିହ୍ନଟ କରାଯାଇଥିଲା। ରିଅଲ ଟାଇମ ଆଲର୍ଟ ଯୋଗୁ ବନବାହିନୀ ମୁତୟନ ହୋଇଛନ୍ତି। ଶିମିଳିପାଳ ଦକ୍ଷିଣ କର୍ମଚାରୀଙ୍କ ୨୪ ଘଣ୍ଟାର ଅପରେଶନ ପରେ ସମସ୍ତଙ୍କୁ ଗିରଫ କରାଯାଇଛି। ଏନେଇ ଜେନାବିଲ ପଶ୍ଚିମ ବଙ୍ଗଳା ରେଞ୍ଜରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଂଘନ ପାଇଁ ମଧ୍ୟ ଶିକାରିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯିବ।

 

Dharitri – Odisha’s No.1 Odia Daily

 

Share