ବଲାଙ୍ଗିର,୨୫/୯( ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ଖଦାଲ ପଡା ମା’ ମଙ୍ଗଳା ମନ୍ଦିର ନିକଟରେ ଗତ ୨୦ ତାରିଖ ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ତାଙ୍କ ମା’ ସାମ୍ନାରେ ପୂଅକୁ ହତ୍ୟା କରାଯାଇଥିଲା l ହତ୍ୟା ମାମଲାରେ ଆଉ ଦୁଇ ଜଣଙ୍କୁ ଟାଉନ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ମିଶାଇ ଟାଉନ ଥାନା ପୋଲିସ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି କରିଛି । ହତ୍ୟାକାଣ୍ଡକୁ ନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି l