ଜୁଆ ଆଡ୍ଡା ଉପରେ ଚଢାଉ: ୧୭ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର, ୨୯/୧୧(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁଟୁରାମୁଣ୍ଡାର ଏକ ଫାର୍ମରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ଶୁକ୍ରବାର ରାତିରେ ସଦର ଥାନା ପୋଲିସ ଅତର୍କିତ ଚଢ଼ାଉ କରି ୧୨ ବାଇକ, ଏକ କାର ସହ ବିଭିନ୍ନ ଜିଲାର ୧୭ ବ୍ୟକ୍ତିଙ୍କୁ ଗିରଫ କରିଛି। ବଲାଙ୍ଗୀର ସଦର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ଏନେଇ ସଦର ଥାନାରେ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଏହି ବେଆଇନ ଜୁଆ ଖେଳ ସମ୍ପର୍କରେ ପୋଲିସକୁ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲେ। କୁଟୁରାପାଲିର ଧୀରୁ ଓରଫ ଜନ୍ମେଜୟ ଥନାପତି (୩୫)ଙ୍କ ଫାର୍ମ ହାଉସରେ ଏହି ଜୁଆ ଆଡ୍ଡା ଚାଲିଥିଲା। ମୁଖ୍ୟ ଅଭିଯୁକ୍ତ ଫାର୍ମ ହାଉସ ମାଲିକ ଥନାପତିଙ୍କ ସମେତ ୧୭ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ମାନେ ଫେରାଇ ହୋଇଯାଇଛନ୍ତି। ଏହି ଜୁଆ ଆଡ୍ଡାରେ ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର ଓ ସମ୍ବଲପୁର ଜିଲାର ଜୁଆଡିମାନେ ଜୁଆ ଖେଳିବାକୁ ଆସିଥିଲେ।

Dharitri – Odisha’s No.1 Odia Daily

 

 

Share