ଗୁଣି ସନ୍ଦେହରେ ଯୁବକଙ୍କ ଯୌନାଙ୍ଗ କାଟି ଫିଙ୍ଗିଦେଇଥିଲେ, ୧୪ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପାରଳାଖେମୁଣ୍ଡି,୩।୮(ଗିରିଧାରୀ ପରିଛା): ଗୁଣି ସନ୍ଦେହେରେ ଯୁବକକୁ ମାରି ହରଭଙ୍ଗୀ ଡ୍ୟାମରେ ଯୌନାଙ୍ଗ କାଟି ଫିଙ୍ଗି ଦେଲେ ଦୃର୍ବୁତ୍ତ। ଗଜପତି ଜିଲା ମୋହନା ଥାନା ରାଚାଗୁଡ଼ା ଗାଁରେ ଘଟିଛି ଏହି ଭଳି ଘଟଣା। ମୃତକ ହେଲେ ଗୋପାଳ ମଲ୍ଲିକ। ଗତ ୧୫ ଦିନ ପୁର୍ବରୁ ଗାଁର ସୁବାସ ମଲ୍ଲିକଙ୍କ ପତ୍ନୀ ଝୁନୁ ମଲ୍ଲିକଙ୍କ ମୃତ୍ୟୁ ପରେ ଗାଁର ଗୋପାଳ ମଲ୍ଲିକ ଗୁଣି କରିଥିବା ସନ୍ଦେହ କରିଥଲେ ଗ୍ରାମବାସୀ। ଫଳରେ ଗତକାଲି ସୁବାସ ମଲ୍ଲିକଙ୍କ ସମେତ ଗାଁର କିଛି ଜଣ ଯୁବକ ଗୋପାଳଙ୍କୁ ହରଭାଙ୍ଗି ଡ୍ୟାମ ନିକଟକୁ ଡାକି ନେଇ ସେଠାରେ ହାତଗୋଡ ବାନ୍ଧି ଯୌନାଙ୍ଗ କାଟି ହତ୍ୟା କରି ଡ୍ୟାମରେ ଫିଙ୍ଗି ଦେଇଥିଲେ । ପୋଲିସ ଏହି ଘଟଣାରେ ୧୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର, ପଥର ଓ ବ୍ୟବହୃତ ଦଉଡିକୁ ଜବତ କରିଛି। ଅଭିଯୁକ୍ତ ଫେରାର କରିଥିବା ଅଟୋକୁ ମଧ୍ୟ ଜବତ କରାଯାଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ।

Share
Tags: odisha