ପୋଲିସ ସହାୟତାର ଆପ “ସାଥି” ଏବେ ବେସାହାରା: ଲୁଚି ଯାଇଛି …

ଦାରିଙ୍ଗବାଡି,୧୬।୧୧ (ଅରୁଣ ସାହୁ): କନ୍ଧମାଳ ପୋଲିସ ପକ୍ଷରୁ ଲୋକଙ୍କ ପାଇଁ ଏକ ଆପର ପ୍ରଚଳନ କରାଯାଇଥିଲା । ଯାହାର ନାମ ରହିଛି “ସାଥି” । କନ୍ଧମାଳ ଏସ୍‌ପି ହରିଶ ବିସିଙ୍କ ତତ୍ତ୍ୱାବଧାନରେ ଏହି ଆପ ପ୍ରସ୍ତୁତ କରାଯାଇ ଜିଲାର ବିଭିନ୍ନ ଜନଗହଳି ସ୍ଥାନରେ ଆପର ବାରକୋଡ଼ ଥାଇ ପୋଷ୍ଟର, ବ୍ୟାନର ଲଗାଯାଇଛି। ଆପ “ସାଥି” ଯେଉଁ ଆପରେ ରହିଛି ଏକାଧିକ ସୁବିଧା ବିଶେଷ କରି ଇ-ଏଫଆଇଆର ଦାଖଲ ଓ ତାର ସ୍ଥିତି ସମ୍ପର୍କରେ ଜାଣିବା। ଏଥିସହ ଥାନା ଅଞ୍ଚଳ ଗୁଡିକର ଲୋକେଶନ,ଜରୁରୀକାଳୀନ କଲ ବ୍ୟବସ୍ଥା ସହ ପୋଲିସର ସେବା ସମ୍ପର୍କରେ ମତାମତ ଦେବାର ସୁବିଧା ରହିଛି। ଏଥିପାଇଁ ପୋଲିସ ପକ୍ଷରୁ ଏହି ଆପ୍‌ରେ ଥିବା ଏକ କ୍ୟୁଆରବାର କୋଡ଼ ରହିଛି। ଲୋକମାନେ ମୋବାଇଲରେ ସ୍କାନର ଦେଖାଇବା କ୍ଷଣି ଆପ୍‌ଟି ଖୋଲିବା ସହ ହୱାଟ୍ସଆପ ଖୋଲିବ ଏବଂ ସମସ୍ତ ନିଅୟମାବଳୀ ଖୋଲିବା ବ୍ୟବସ୍ଥା ରହିଛି। କିନ୍ତୁ ଏହା ଲାଗିବାରମାତ୍ର ତିନିମାସ ବିତି ଯାଇଥିବା ବେଳେ ସେହି ଆପ ବିଭିନ୍ନ ଛକ ଓ ଜନଗହଳି ସ୍ଥାନରେ ଲୋକଲୋଚଙ୍କୁ ଆସୁନାହିଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡି ଥାନା ସିମନବାଡି ଜାତୀୟରାଜପଥ କଡ଼ରେ ମୁଖ୍ୟ ବଜାର ଜଣାଗହଳି ସ୍ଥାନରେ।

 

Dharitri – Odisha’s No.1 Odia Daily

Share