ସ୍ପେଶାଲ ଡ୍ରାଇଭରେ ପୋଲିସକୁ ବଡ଼ ସଫଳତା

ଛତ୍ରପୁର,୪।୫: ସ୍ପେଶାଲ ଡ୍ରାଇଭ୍‌ ମାଧ୍ୟମରେ ରବିବାର ଗଞ୍ଜାମ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ପୋଲିସ ଟିମ୍‌ ଜିଲାର ଆସିକା, ଶେରଗଡ଼, ଭଞ୍ଜନଗର, ପୋଲସରା ଥାନା ଅଞ୍ଚଳରେ ଚଢାଉ କରି ୧୮ଜଣ ଅପରାଧୀଙ୍କୁ ଗିରଫ କରିଛି।

ପୋଲିସ ତାଙ୍କ ନିକଟରୁ ୧୭ଟି ମାଉଜର ସହ ୬୬ଟି ଅଫୁଟା ଗୁଳି ଜବତ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୧୬ଟି ମୋବାଇଲ ଫୋନ ସହ ୪ଟି ଖୋକା ଜବତ କରିଛି

Share