ଆଜି ୟୁପି ଯିବେ ମୋଦି, ୧୪୦୬ ପ୍ରକଳ୍ପର କରିବେ ଶିଳାନ୍ୟାସ

ଲକ୍ଷ୍ନୌ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବେ । ଆଜି ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶରେ ପହଞ୍ଚିବା ପରେ ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ୟୁପି ନିବେଶକ ସମ୍ମିଳନୀର ଗ୍ରାଉଣ୍ଡ ବ୍ରେକିଂ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ୮୦ ହଜାର କୋଟିରୁ ଅଧିକ ମୂଲ୍ୟର ୧୪୦୬ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ତେବେ ଏହି ପ୍ରକଳ୍ପଗୁଡ଼ିକରେ କୃଷି, ଆଇଟି ଏବଂ ଇଲୋକଟ୍ରୋନିକ୍ସ, ଏମଏସଏମଇ, ଉତ୍ପାଦନ, ନବୀକରଣ ଯୋଗ୍ୟ ଶକ୍ତି, ଫାର୍ମା, ପର୍ଯ୍ୟଟନ, ପ୍ରତିରକ୍ଷା ଏବଂ ହ୍ୟାଣ୍ଡଲୁମ, ଟେକ୍ସଟାଇଲ ଇତ୍ୟାଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ । ଏହି ସମାରୋହରେ ଦେଶର ପ୍ରମୁଖ ଶିଳ୍ପପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହାପରେ ଦ୍ୱିପ୍ରହର ୧ଟା ୪୫ରେ ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କାନପୁର ଗ୍ରାମାଞ୍ଚଳର ପାରୁଁଖ ଗ୍ରାମକୁ ଯିବେ। ସେଠାରୁ ସେ କୋବିନ୍ଦଙ୍କ ସହ ପାଥରୀ ମା’ ମନ୍ଦିରର ଦର୍ଶନ କରିବେ ବୋଲି ଜଣାପଡ଼ିଛି। ଏହାପରେ ଅପରାହ୍ନ ୩ଟାରେ ମୋଦି ୟୁପି ଇନ୍‌ଭେସ୍ଟର୍ସ ସମିଟର ତୃତୀୟ ଗ୍ରାଉଣ୍ଡ ବ୍ରେକିଂ ସେରମୋନୀରେ ସାମିଲ ହେବେ।