ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶ୍ୱର ଏକ ବ୍ରାଣ୍ଡ କହି…

ଟୋକିଓ/ନୂଆଦିଲ୍ଲୀ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏଥିସହିତ ପ୍ରବାସୀମାନେ ମୋଦିଙ୍କୁ ବିଶ୍ୱର ଏକ ବ୍ରାଣ୍ଡ କହି ପ୍ରଶଂସା ମଧ୍ୟ କରିଛନ୍ତି। ମୋଦିଙ୍କ ପାଇଁ ବିଶ୍ବରେ ଭାରତୀୟଙ୍କ ପରିଚୟ ବଦଳିଯାଇଛି ବୋଲି ପ୍ରବାସୀ କହିଛନ୍ତି। ୧୫ତମ ଭାରତ-ଜାପାନ ଶିଖର ବୈଠକରେ ଯୋଗଦେବା ପାଇଁ ମୋଦି ଜାପାନ ଗସ୍ତରେ ଅଛନ୍ତି।

Share
Tags: Japanpm modi