ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସା ୫ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେ ସୋମବାର ୨୨ ସେପ୍ଟେମ୍ବରରୁ ଲାଗୁ ହେବାକୁ ଥିବା GST (ଜିଏସ୍ଟି) ସୁଧାର ବିଷୟରେ ଆଲୋଚନା କରିପାରନ୍ତି। ତେବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ତାଙ୍କ ସା ସମ୍ବୋଧନର ବିଷୟ ବିଷୟରେ କୌଣସି ସୂଚନା ଦେଇନାହିଁ।
ପିଏମ୍ଓ ପକ୍ଷରୁ ଏକ୍ସରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସା ୫ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ସମ୍ବୋଧନ ନବରାତ୍ରିର ପୂର୍ବସାରେ ହେବ। ନବରାତ୍ରିର ପ୍ରଥମ ଦିନ ଅର୍ଥାତ ୨୨ ସେପ୍ଟେମ୍ବରରୁ ନୂତନ GST ସ୍ଲାବ ଦର ଲାଗୁ ହେବ, ଯାହାଦ୍ୱାରା ଅନେକ ଉତ୍ପାଦର ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରି ବଡ଼ ଘୋଷଣା କରିଛନ୍ତି। ଯେମିତି ୨୦୧୬ରେ ନୋଟବନ୍ଦୀ ଏବଂ ୨୦୧୯ରେ ଭାରତର ‘ଉପଗ୍ରହ ବିଧ୍ୱଂସକ ପ୍ରକ୍ଷେପାସ୍ତ୍ର’ର ସଫଳ ପରୀକ୍ଷଣ। ୨୦୨୦ରେ କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ସେ ସମ୍ବୋଧନ ମାଧ୍ୟମରେ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖିଥିଲେ, ଲକଡାଉନ ବିଷୟରେ ସୂଚନା ଦେଇଥିଲେ, ପରାମର୍ଶ ଦେଇଥିଲେ ଏବଂ ଏହି ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟରୁ ମୁକାବିଲା ପାଇଁ ସରକାରୀ ପଦକ୍ଷେପଗୁଡ଼ିକୁ ହାଇଲାଇଟ କରିଥିଲେ।
କେନ୍ଦ୍ର ସରକାର ଇନକମ ଟ୍ୟାକ୍ସରେ ରିହାତି ଦେବା ପରେ ପରୋକ୍ଷ ଟ୍ୟାକ୍ସ ବ୍ୟବସ୍ଥାରେ ସବୁଠାରୁ ବଡ଼ ସୁଧାର ଆଣି ‘GST ୨.୦’ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୁଧାରର ସବୁଠାରୁ ବଡ଼ ଲାଭ ସାଧାରଣ ଜନତାଙ୍କୁ ମିଳିବ ବୋଲି କୁହାଯାଉଛି। ପୂର୍ବରୁ ଯେଉଁ ନିତିଦିନିଆ ଜିନିଷ ଉପରେ ୧୨% କିମ୍ବା ୧୮% ଟ୍ୟାକ୍ସ ଦେବାକୁ ପଡ଼ୁଥିଲା, ଏବେ ସେଗୁଡ଼ିକ ୫% କିମ୍ବା ଶୂନ୍ୟ ଟ୍ୟାକ୍ସ ବର୍ଗରେ ଆସିଛି।
**ଏହି ଜିନିଷଗୁଡ଼ିକ ହେବ ଶସ୍ତା**
ଘିଅ, ପନିର, ମାଖଣ, ନମକୀନ, କେଚଅପ, ଜାମ, ଶୁଖିଲା ମେଓୱା, କଫି, ଆଇସ୍କ୍ରିମ ଭଳି ନିତିଦିନିଆ ବ୍ୟବହାରର ଜିନିଷ ଏବଂ ଟିଭି, ଏୟାର କଣ୍ଡିସନର (ଏସି), ୱାସିଂ ମେଶିନ ଭଳି ମହଙ୍ଗା ଉତ୍ପାଦଗୁଡ଼ିକ ମଧ୍ୟ ଶସ୍ତା ହେବ।
ଅଧିକାଂଶ ଔଷଧ ଏବଂ ଫର୍ମୁଲେସନ ତଥା ଗ୍ଲୁକୋମିଟର ଓ ଡାୟଗ୍ନୋଷ୍ଟିକ କିଟ ଭଳି ଚିକିତ୍ସା ଉପକରଣ ଉପରେ GST ଦରକୁ ୫%କୁ ହ୍ରାସ କରାଯାଇଛି, ଯାହାଦ୍ୱାରା ଆମ ଆଦମୀଙ୍କୁ ଔଷଧ ଶସ୍ତାରେ ମିଳିବ।
GST ଦର ହ୍ରାସ ଦ୍ୱାରା ସବୁଠାରୁ ବଡ଼ ଲାଭ ଗାଡ଼ି ଖରିଦଦାରଙ୍କୁ ମିଳିବ, କାରଣ ଛୋଟ ଓ ବଡ଼ କାର ଉପରେ ଟ୍ୟାକ୍ସ ଦରକୁ ଯଥାକ୍ରମେ ୧୮% ଓ ୨୮% କରାଯାଇଛି। ଅନେକ କାର କମ୍ପାନୀ ପୂର୍ବରୁ ହିଁ ମୂଲ୍ୟ ହ୍ରାସର ଘୋଷଣା କରିଛନ୍ତି।
ସେବା କ୍ଷେତ୍ରରେ ସ୍ବାସ୍ଥ୍ୟ କ୍ଲବ, ସେଲୁନ, ନାଇ ଦୋକାନ, ଫିଟନେସ ସେଣ୍ଟର, ଯୋଗ ଆଦି ସୌନ୍ଦର୍ଯ୍ୟ ଓ ଫିଟନେସ ସେବା ଉପରେ GSTକୁ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ସହିତ ୧୮%ରୁ ହ୍ରାସ କରି କ୍ରେଡିଟ ବିନା ୫% କରାଯାଇଛି।