ରୁଷିଆର ‘ସର୍ବୋଚ୍ଚ ନାଗରିକ ସମ୍ମାନ’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି-Video

ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ସେଣ୍ଟ ଆଣ୍ଡ୍ରିୟୁ ଦ ଏପୋଷ୍ଟଲ ଦ ଫାଷ୍ଟ କଲ୍‌ଣ୍ଡ’ ରେ ସମ୍ମାନିତ କରାଯାଇଛି। ଭାରତ ଏବଂ ରୁଷିଆ ମଧ୍ୟରେ ଭାଗିଦାରୀ ତଥା ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଉଲ୍ଲେଖନୀୟ ଉଦ୍ୟମ ଲାଗି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କଠାରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଏହି ଅବସରରେ ମୋଦି କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନଙ୍କ ନେତୃତ୍ୱରେ ଗତ ୨୫ ବର୍ଷ ମଧ୍ୟରେ ଭାରତ-ରୁଷିଆ ସହଭାଗିତା ମଜଭୂତ ହୋଇଛି। ଉଭୟ ଦେଶବାସୀଙ୍କ ଉନ୍ନତ ଭବିଷ୍ୟତ ଲାଗି ଆମକୁ ଲୋକ-ସହଭାଗିତାକୁ ପ୍ରୋତ୍ସାହିତ ଏବଂ ସମର୍ଥନ କରିବାର ଆବଶ୍ୟକତା ରହିଛି। ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରୟାସ ଜାରି ରଖିବା ଆବଶ୍ୟକ। ଆମେ ଏହି ଦିଗରେ ନିରନ୍ତର କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।

ଏହାଛଡ଼ା ମୋଦି ଏହି ସମ୍ମାନକୁ ନେଇ ପୁଟିନ ଏବଂ ରୁଷିଆକୁ ଧନ୍ୟବାଦ ଦେବା ସହ ଏହା ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଉଭୟ ଦେଶ ମଧ୍ୟରେ ଥିବା ପୁରୁଣା ବନ୍ଧୁତ୍ୱର ପ୍ରତିଫଳନ ବୋଲି କହିଛନ୍ତି।

 

Share
Tags: National