Categories: Home Leftଖେଳ

ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୭ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତୀୟ ଦୃଷ୍ଟିବାଧିତ ମହିଳା ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟଙ୍କୁ ଭେଟିଛନ୍ତି।

କଲମ୍ବୋରେ ଅନୁଷ୍ଠିତ ଫାଇନାଲରେ ଭାରତ ୭ ଉଇକେଟରେ ନେପାଳକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ଭାରତୀୟ ମହିଳା ଦୃଷ୍ଟିବାଧିତ ଦଳର ସଫଳତା ପ୍ରଥମଥର ପାଇଁ ଦିନିକିଆ ବିଶ୍ୱକପ୍‌ ଜିତିବା ପରେ ମିଳିଥିଲା। ଭାରତୀୟ ଦଳର ସଦସ୍ୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମସ୍ତ ଖେଳାଳିଙ୍କ ଅଟୋଗ୍ରାଫ ଥିବା ବ୍ୟାଟ ଉପହାରରେ ପ୍ରଦାନ କରିଥିଲେ।