ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅପେକ୍ଷାରେ ଥିବା କୃଷକମାନଙ୍କ ପାଇଁ ଖୁସିଖବର। ହୋଲି ପୂର୍ବରୁ ଆପଣଙ୍କ ଖାତାରେ ୨୦୦୦ ଟଙ୍କା ଜମା ହୋଇଯିବ। ଫେବୃଆରୀ ୨୪ରେ ଏହି ଟଙ୍କା ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାରର ଭାଗଲପୁରରୁ କୃଷକମାନଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର(DBT) କରିବେ।
ଦେଶରେ ଥିବା କୃଷକମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ସରକାର ଏହି ଯୋଜନାକୁ ଆରମ୍ଭ କରିଥିଲେ। ଏଥିରେ ପ୍ରତ୍ୟେକ କୃଷକଙ୍କୁ ପ୍ରତି ୪ ମାସରେ ୨୦୦୦ ଟଙ୍କା ଲେଖାଏ ମିଳିଥାଏ। ବର୍ଷକୁ ୩ ଟି କିସ୍ତିରେ ମୋଟ ୬୦୦୦ ଟଙ୍କା ସିଧା କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥାଏ। ତେବେ ୧୯ତମ କିସ୍ତିରେ ଦେଶର ପ୍ରାୟ ୯.୮ କୋଟି କୃଷକଙ୍କ ଆକାଉଣ୍ଟରେ ୨୨,୦୦୦ କୋଟି ଟଙ୍କା ଜମା ହେବ।
କିଷାନ ଟଙ୍କାର ୧୮ତମ କିସ୍ତିର ଲାଭାର୍ଥୀଙ୍କ ସଂଖ୍ୟା ୯.୬ କୋଟି ଟଙ୍କା ଥିଲା, ଯାହାକି ଏବେ ବୃଦ୍ଧି ପାଇଛି। ଏଯାବତ ମୋଟ ୩.୪୬ ଲକ୍ଷ କୋଟି ଟଙ୍କା ଦିଆଯାଇଚି। ଆସନ୍ତା ସପ୍ତାହରେ ୧୯ତମ କିସ୍ତି ଜାରି କରିବା ପରେ ଏହି ରାଶି ବୃଦ୍ଧି ପାଇ ୩.୬୮ ଲକ୍ଷ କୋଟିରେ ପହଞ୍ଚିବ।