କୃଷକଙ୍କୁ ପ୍ରତି ମାସରେ ମିଳୁଛି ୩୦୦୦ ଟଙ୍କା ପେନସନ: ଜାଣନ୍ତୁ କିଭଳି ଉଠାଇବେ ଏହି ସରକାରୀ ଯୋଜନାର ଲାଭ, ଆବେଦନ…

ନୂଆଦିଲ୍ଲୀ,୯।୯: ବୁଢ଼ା ବୟସରେ ଚାଷୀମାନଙ୍କର ଆୟ ଅଧିକାଂଶ ସମୟରେ କମିଯାଏ ସେମାନଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ହୁଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଯୋଗ୍ୟ ଚାଷୀମାନେ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୩,୦୦୦ ଟଙ୍କା ପେନସନ ପାଇବେ। ଆସନ୍ତୁ ଏହି ଯୋଜନା ବିଷୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବା।

ମାସିକ ପେନସନ ସୁବିଧା:
ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଅନୁଯାୟୀ, ୬୦ ବର୍ଷ ବୟସ ପୂରଣ ହେବା ପରେ ଚାଷୀମାନେ ମାସିକ ୩,୦୦୦ ଟଙ୍କା ପେନସନ ପାଇବେ। ଅର୍ଥାତ ବାର୍ଷିକ ୩୬,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ। ଏହି ରାଶି ବୁଢ଼ାପାରେ ଚାଷୀମାନଙ୍କର ଆର୍ଥିକ ଚିନ୍ତାକୁ କମ କରିବାରେ ଏକ ବ ସହାୟତା ହେବ।

କେଉଁ ଚାଷୀ ଲାଭ ଉଠାଇ ପାରିବେ?
ଏହି ଯୋଜନା ବିଶେଷ ଭାବେ ଛୋଟ ଏବଂ ସୀମାନ୍ତ ଚାଷୀମାନଙ୍କ ପାଇଁ ଆରମ୍ଭ କରାଯାଇଛି। ଏଥିରେ ସାମିଲ ହେବା ପାଇଁ ଚାଷୀମାନଙ୍କୁ ବୟସ ସମ୍ବନ୍ଧୀୟ ସର୍ତ୍ତ ପୂରଣ କରିବାକୁ ହେବ। ଏହା ସହିତ ମାସିକ ପ୍ରିମିୟମ ଜମା କରିବାକୁ ହେବ, ଯାହା ବୟସ ଅନୁସାରେ ୫୫ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

ସରକାରଙ୍କ ଯୋଗଦାନ
ଏହି ଯୋଜନାର ବିଶେଷତ୍ୱ ହେଲା, ଚାଷୀ ଯେତିକି ପ୍ରିମିୟମ ଜମା କରନ୍ତି, ସେତିକି ରାଶି ସରକାର ମଧ୍ୟ ତାଙ୍କ ଆକାଉଣ୍ଟରେ ଯୋଗ କରନ୍ତି। ଅର୍ଥାତ ଚାଷୀ ଓ ସରକାର ମିଳିତ ଭାବେ ପେନସନ ଫଣ୍ଡ ତିଆରି କରନ୍ତି। ୬୦ ବର୍ଷ ବୟସରୁ ଚାଷୀଙ୍କୁ ମାସିକ ୩,୦୦୦ ଟଙ୍କା ପେନସନ ମିଳିବା ଆରମ୍ଭ ହୁଏ।

ଆବେଦନ ପ୍ରକ୍ରିୟା
ଏହି ଯୋଜନାର ଲାଭ ଉଠାଇବା ପାଇଁ ଚାଷୀମାନଙ୍କୁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ ଏବଂ ବୟସ ପ୍ରମାଣପତ୍ର ସହିତ ନିକଟସ୍ଥ କମନ ସର୍ଭିସ ସେଣ୍ଟର (CSC)କୁ ଯିବାକୁ ହେବ। ଏଠାରେ ଆଧାର ଆଧାରିତ ରେଜିଷ୍ଟ୍ରେସନ କରାଯାଏ ଏବଂ ପ୍ରତି ମାସରେ ପ୍ରିମିୟମ ଜମା କରିବାକୁ ହୁଏ। ଚାଷୀ ଯେତେ ଶୀଘ୍ର ଏହି ଯୋଜନାରେ ସାମିଲ ହେବେ, ସେତେ କମ ପ୍ରିମିୟମ ଦେବାକୁ ପଡ଼ିଥାଏ।

ଏହି ଯୋଜନା ଚାଷୀମାନଙ୍କ ବୃଦ୍ଧାବସ୍ଥାକୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ କରିବାରେ ଏକ ବଡ଼ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।