ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍ସିସି ଆର୍ମି ଓ୍ବିଙ୍ଗ୍ ଏବଂ ଜାତୀୟ ସେବା ଯୋଜନା ଶାଖା (୧) ଏନ୍ଏସ୍ଏସ୍ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଶୁକ୍ରବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିବା ସହ ଛାତ୍ରୀଛାତ୍ରଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଆହ୍ବାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ମା’ଙ୍କ ନାମରେ ଗଛଟିଏ ଲଗାଇବା କାର୍ଯ୍ୟକ୍ରମ ସମଗ୍ର ଦେଶରେ ସଫଳତାର ସହ ଚାଲିଛି। ଏହା ଏକ ଭଲ କାର୍ଯ୍ୟକ୍ରମ ବୋଲି ବକ୍ତାମାନେ କହିଥିଲେ। ଏନ୍ସି ସି ଆର୍ମି ଓ୍ବିଙ୍ଗ୍ ସିଟି ଓ ଅର୍ପଣ ପ୍ରଧାନ, ଏନ୍ଏସ୍ଏସ ପୁରୁଷ ଶାଖା ଯୋଜନା ଅଧିକାରୀ ବି.କେ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।