ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁନି ପିଲାକୁ ଦେଖିବାକୁ ମିଳୁଛି। ସେ ଏକ କୁକୁରା ଛୁଆକୁ ଧରି ଖସଡ଼ାରେ ଖସାଉଛି। ନିଜେ ଖେଳିବା ପରିବର୍ତ୍ତେ କୁନି ପିଲାଟି କୁକୁର ଛୁଆକୁ ଖେଳାଇ ଖୁସି ହେଉଛି। କୁକୁର ଛୁଆଟି ମଧ୍ୟ ଥରେ ଖେଳି ସାରି ଆଉ ଥରେ ତାକୁ ଖେଳାଇବାକୁ କୁନି ଝିଅକୁ ଇସାରା ଦେଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।