Categories: Home Leftଖେଳ

ଉତ୍‌କ୍ଷିପ୍ତ ହୋଇ କ୍ୟାମେରା ଭାଙ୍ଗିଦେଲେ ଏହି ଖେଳାଳି

ମେଲବୋର୍ନ,୧୪।୧: ଅଷ୍ଟ୍ରେଲିଆନ ଓପନ ଟେନିସରେ ଡାନିଲ ମେଡ୍‌ଭେଡେଭ ତାଙ୍କ ର଼୍ୟାକେଟରେ ନେଟ୍‌ରେ ସଂଯୁକ୍ତ ଥିବା ଏକ କ୍ଷୁଦ୍ର କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି। ରଡ୍‌ ଲାଭର ଆରେନାଠାରେ ଖେଳାଯାଇଥିବା ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ଜଣେ ୪୧୮ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି କାସିଡିଟ୍‌ ସାମ୍ରେଜଙ୍କଠାରୁ ପଛରେ ପଡ଼ିଯିବା ବେଳେ ଉତ୍‌କ୍ଷିପ୍ତ ହୋଇ ସେ ଏହି କାଣ୍ଡ ଭିଆଇଛନ୍ତି।

ତେବେ ସେ ପରାଜୟକୁ ଏଡାଇବାରେ ସମର୍ଥ ହୋଇଥିଲେ। ମ୍ୟାଚ୍‌କୁ ୬-୨, ୪-୬, ୩-୬, ୬-୧, ୬-୨ରେ ଜିତି ନେଇଥିଲେ। ସୂଚନାଯୋଗ୍ୟ, ୫ମ ସିଡ୍‌ ପ୍ରାପ୍ତ ମେଡ୍‌ଭେଡେଭ ହେଉଛନ୍ତି ୨୦୨୧ ୟୁଏସ୍‌ ଓପନ ଟାଇଟଲ ବିଜେତା। ମେଲବୋର୍ନ ପାର୍କରେ ବର୍ଷକ ତଳେ ସେ ୩ଥର ରନରଅପ୍‌ ହୋଇଛନ୍ତି। ଥାଇଲାଣ୍ଡର ସାମ୍ରେଜ ହେଉଛନ୍ତି ଜଣେ ଓ୍ବାଇଲ୍ଡ କାର୍ଡ ପ୍ରାପ୍ତ ଖେଳାଳି। ଏହା ଥିଲା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ମ୍ୟାଚ।