ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ ଉପରେ ସିଧା ଖରାପ ପ୍ରଭାବ ପକାଉଛି। ଦିନକୁ ଦିନ ଲୋକଙ୍କ ଉପରେ ଏକ ପ୍ରକାର ପ୍ଲାଷ୍ଟିକ ଉପରେ ନିର୍ଭର ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ନିସ୍ତାର ପାଇବା ପାଇଁ ବ୍ୟାପକ ଜନସଚେତନର ଆବଶ୍ୟକତା ଜରୁରୀ। ଏହି ପ୍ରରିପ୍ରେକ୍ଷୀରେ ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ ନେଇ ଏକ କର୍ମଶାଳା ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ଓଡିଶାର ଜଳକର୍ମୀ ରଞ୍ଜନ କୁମାର ପଣ୍ଡା ଯୋଗଦେଇ ଉପସ୍ଥିତ ଯୁବପିଢ଼ିଙ୍କୁ ପ୍ଲାଷ୍ଟିକ ମୁକ୍ତ ପିକନିକ ଚାଲେଞ୍ଜ ସମ୍ପର୍କରେ ଅବଗତ କରାଇଥିଲେ। ପ୍ଲାଷ୍ଟିକ ପରିବେଶକୁ ସମ୍ପୂର୍ଣ୍ଣ ନଷ୍ଟ କରୁଛି ତେଣୁ ଏକକ-ବ୍ୟବହୃତ ପ୍ଲାଷ୍ଟିକ ପରିହାର କରି ଏବଂ ପରିବେଶ-ଅନୁକୂଳ ବିକଳ୍ପ ବ୍ୟବହାର କରି ସ୍ଥାୟୀତ୍ୱ ପ୍ରତି ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ ଏବଂ ପ୍ଲାଷ୍ଟିକ ମୁକ୍ତ ପିକନିକ ଚ୍ୟାଲେଞ୍ଜ ପାଇଁ ନିଷ୍ପତି ଗ୍ରହଣ ସହ ଶପଥ ନେଇଥିଲେ ଏବଂ ପ୍ଲାଷ୍ଟିକ ବଦଳରେ ଶାଳପତ୍ରକୁ ବ୍ୟାପକ ବ୍ୟବହାର କରିବା ପାଇଁ ସଚେତନ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଏଥିସହ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଥିଲା।
ସେହିପରି ଏହି କର୍ମଶାଳାରେ ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ ସମୟରେ ଦାରିଙ୍ଗବାଡିର ବହୁ ଯୁବପିଢ଼ି ଅଂଶଗ୍ରହଣକାରୀମାନେ ଏହି କାର୍ଯ୍ୟକ୍ରମ ଦଳଗତ କାର୍ଯ୍ୟ, ସୃଜନଶୀଳତା ଏବଂ ପରିବେଶଗତ ପରିଚାଳନାକୁ ଉତ୍ସାହିତ କରିଥିଲା, ଅନ୍ୟମାନଙ୍କୁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ-ମୁକ୍ତ ଅଭ୍ୟାସ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲା ବୋଲି କହିଛନ୍ତି। ସେହିପରି ଅଞ୍ଚଳରେ ଅନେକ ଯୁବପିଢ଼ି ନିଜର କାମଧନ୍ଦା ପାଇଁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି। ସେଠାରେ ବିଭିନ୍ନ କାମଧନ୍ଦା ପାଇଁ ଧାର୍ଯ୍ୟ ସମୟଠାରୁ ଓଭର ସମୟ କାର୍ଯ୍ୟକାରୀ ସେମାନଙ୍କ ଜୀବନ ଚାଲିଯିବା ସହ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ସେଥିରୁ କିଭଳି ନିବୃତ ରହି ନିଜକୁ ସୁରକ୍ଷିତ ରଖିବେ ଓ ବିଭିନ୍ନ ସମୟରେ ନିଜ ଉପାର୍ଜିତ ଧନ ସାଇବର ଠକଙ୍କ ଦ୍ୱାରା ନଷ୍ଟ ହେଉଥିବା ଓ ସେଥିରୁ କିଭଳି ସୁରକ୍ଷିତ ରହିବେ ସେନେଇ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଜାଗୃତିର ପ୍ରୋଗ୍ରାମ ମ୍ୟାନେଜର ସଦାନନ୍ଦ ସିଂ ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily