୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

ଓ୍ବାଶିଂଟନ,୯ା୬: ଆମେରିକାର ଟେନେସି ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଗୁରୁତର ହୋଇଥିବାବେଳେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନାରୁ ପ୍ରକାଶ।

ଫେଡେରାଲ୍‌ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରେଶନ (FAA)ର ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ଟେନେସି ବିମାନବନ୍ଦର ନିକଟରେ ନିର୍ମାଣ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନାଶଭିଲ୍‌ଠାରୁ ପ୍ରାୟ ୭୭ କିଲୋମିଟର ଦକ୍ଷିଣ ପୂର୍ବ ଟେନେସିର ତୁଲାହୋମାରେ ଦୁର୍ଘଟଣା ଘଟିଥିଲା।

Share
Tags: plane crash