ବ୍ଲକ୍‌ସ୍ତରୀୟ ମତ୍ସ୍ୟ, ପ୍ରାଣିସମ୍ପଦ ମେଳା

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ମଙ୍ଗଳବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲା ଉପନିର୍ଦ୍ଦେଶକ ଡା. କୋଟନି ପାର୍ଥସାରଥି ଦୋରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି, ଜିଲା ପରିଷଦ ସଭ୍ୟା ଉମା ଠାକୁର, ଜିଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝି, ଭରତଲାଲ ରାଉତ, ଖରିଆରରୋଡ୍‌ ଏନ୍‌ଏସି ଅଧ୍ୟକ୍ଷା ସୋନିଆ ଜୈନ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁଖେନ୍ଦୁ ରାୟ, ଜିଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ବିଜନ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମେଳାରେ ପ୍ରାଣିସମ୍ପଦ ବିଭାଗର ୪ ଜଣ ଓ ମତ୍ସ୍ୟ ବିଭାଗର ୪ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ୫ ଜଣ ପ୍ରାଣୀ ପାଳକଙ୍କୁ କାର୍ଯ୍ୟାଦେଶ ଓ ୪ ଜଣ ପ୍ରାଣୀ ପାଳକଙ୍କୁ ଚେକ୍‌ ମାଧ୍ୟମରେ ସହାୟତା ରାଶି ପ୍ରଦାନ କରାଯାଇଥିଲା। ମେଳାରେ ମୋଟ ୧୨ ଷ୍ଟଲ ଲାଗିଥିଲା। ଜିଲା ସହକାରୀ ମତ୍ସ୍ୟ ଅଧିକାରୀ ସନ୍ତୋଷୀ ଶୁଭଦର୍ଶିନୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରାଣୀ ଚିକିତ୍ସକ ଡା. ସତ୍ୟବ୍ରତ ପରିଡା, ଡା. ରଞ୍ଜନମୟୀ ଶବର, ଡା.ଐଶ୍ୱର୍ଯ୍ୟା ପୂଜାରୀ ସହଯୋଗ କରିଥିଲେ। ଶେଷରେ ଜିଲା ସହକାରୀ ମତ୍ସ୍ୟ ଅଧିକାରୀ ବଳଭଦ୍ର ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily