ପାଇପ୍‌ ଫାଟି ଚାଳିଗଲା ମହିଳାଙ୍କ ଜୀବନ: ୩୦ରୁ ଊର୍ଦ୍ଧ୍ୱ ଆହତ

ଗୁଆହାଟୀ,୨୬ା୫: ଆସାମର ଗୁଆହାଟୀରେ ମ୍ୟୁନିସିପାଲିଟି ପାଣି ପାଇପ୍‌ ଫାଟିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଣିର ଅତ୍ୟଧିକ ଚାପ ଯୋଗୁ ଗୁଆହାଟୀର ଖରଗୁଲି ଅଞ୍ଚଳରେ ଅନୂ୍ୟନ ୪୦ ଘର କ୍ଷତିଗ୍ରସ୍ତ ହୋଇଛି। ରାସ୍ତା ଉପରେ ପାଣିର ସୁଅ ଛୁଟିଥିବାବେଳେ ବହୁ ସଂଖ୍ୟାରେ ଗାଡ଼ି ଭାସିଯାଇଥିବା ସୂଚନା ମିଳିଛି। ଏହି କୃତ୍ରିମ ବନ୍ୟାରେ ୬୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।