ଗଞ୍ଜାମ,୨୯।୪(ବିଦ୍ୟାଧର ସାହୁ): ଗଞ୍ଜାମ ସାନବଜାର ଷ୍ଟେଶନକୁ ଯିବା ରାସ୍ତାରେ ଘର ନିର୍ମାଣ ପାଇଁ ଆସୁଥିବା ଗୁଡ଼ି ବାଲି ଦୀର୍ଘ ଦିନ ଧରି ପଡି ରହିଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ଉକ୍ତ ତୋକିଡିଆ ରାସ୍ତାରେ ସହର ସମେତ ଦୁଇଟି ପଞ୍ଚାୟତର ଗାଁ ଲୋକେ ଛାତ୍ରୀଛାତ୍ରୀଯିବା ଆସିବା କରୁଛନ୍ତି । ବିଶେଷ କରି ସନ୍ଧ୍ୟା ହେଲେ ଉକ୍ତ ରାସ୍ତାରେ ପ୍ରବଳ ଭିଡ ଜମୁଥିବାବେଳେ ବାଲି ଗୋଡି ଗଦା ହେଇଥିବା ଯୋଗୁ ଦୀର୍ଘ ସମୟ ପଯ୍ୟନ୍ତ ଗାଡ଼ି ମୋଟର ସାଇକେଲ ଅଟକି ରହୁଥିବା ଦେଖିବାକୁ ମିଳିଛି । ସେହିପରି ଜାତୀୟ ରାଜପଥ ପାଶର୍ବ ଝାଡକୁଦା ଓଭର ବ୍ରିଜ ପଯ୍ୟନ୍ତ ସର୍ଭିସ ରୋଡ଼ରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । ଫଳରେ ଦୁଇ ଚକିଆ ଯାନ କିମ୍ବା ସାଇକେଲ ଯିବା ଆସିବାରେ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ଏନଏସି ପ୍ରଶାସନର ଦୂରଦୃଷ୍ଟି ଅଭାବ ଥିବା ସ୍ଥାନୀୟ ଅଞ୍ଚଳବାସୀ ଦାୟୀ କରିଛନ୍ତି।