ଧୂଷୁରୀ, ୨୭।୪( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲାର ଧୂଷୁରୀ ଥାନା ଅଧୀନ ଅସୁରାଳିଠାରେ ଶନିବାର ଭୋର ୪ଟାରେ ଗୋରୁ ବୋଝେଇ ଏକ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଉକ୍ତ ଭ୍ୟାନରେ ପ୍ରାୟ ୪୦ ଗୋରୁ ଥିଲାବେଳେ ୩ଟି ଗୋରୁ ମରିଥିବା ଜଣାପଡିଛି । ଡ୍ରାଇଭର୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ପଠା ଯାଇଛି । ଘଟଣା ସ୍ଥଳରେ ଧାମନଗର ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଧୂଷୁରୀ ପୋଲିସ ମଧ୍ୟ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।