ଚୋରା କୋଇଲା ବୋଝେଇ ପିକଅପ୍‌ ଜବତ

ସାବରଙ୍ଗ,୨୫।୨(କାଳିପଦ ରାୟ):ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପୋଲିସ ଏକ ଚୋରା କୋଇଲା ବୋଝେଇ ପିକଅପ୍‌କୁ ଜବତ କରିଛି। ଗାଡିଟି ସେରପୁର ଆଡୁ ଆସୁଥିବାବେଳେ ଥାନା ଏଏସଆଇ ରବୀନ୍ଦ୍ର ସିଂ, କନକ ହାଁସଦା, କମଳା ପତି, ହାବିଲଦାର ସୁଶାନ୍ତ ମହାପାତ୍ର, ବିନୋଦ ପୃଷ୍ଟି ପ୍ରମୁଖ ଗାଡିକୁ ଜବତ କରିଛନ୍ତି। ଗାଡ଼ିରେ ୩ ଟନ କୋଇଲା ଥିବାର ସୂଚନା ମିଳିଛି।