ବଲାଙ୍ଗୀର,୧୧।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ବିଜୟାନନ୍ଦ ଚିନିକଲ କଲୋନୀର ନିକଟରେ ବୁଧବାର ସକାଳେ ଏକ ସଡକ ଦୁର୍ଘଟଣା ଘଟିଛି। ପିକ୍ଅପ୍ ଗାଡି ଧରି ରାସ୍ତାରେ ଆସୁଥିବାବେଳେ ଗାଡ଼ି ଚାଳକଙ୍କ ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲେ।
ସୂଚନା ଅନୁଯାୟୀ, ପିକ୍ଅପ୍ ଗାଡ଼ିଟି ଛତିଶଗଡ଼ରୁ ଟିଟିଲାଗଡ଼ ସଜନାଛୁଇଁ ଆଣିବାକୁ ଯାଉଥିବା ବେଳେ ହଠାତ୍ ଚାଳକଙ୍କ ଆଖି ଲାଗିଯିବାରୁ ସେ ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ସିଧାସଳଖ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋର ଥିଲା ଯେ ପିକଅପ ଗାଡ଼ିର ସାମ୍ନା ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।