ପଞ୍ଚାୟତ କାମ ସାରି ଫେରୁଥିଲେ, ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌; ଉନ୍ନୟନ ଅଧିକାରୀ…

ଦିଗପହଣ୍ଡି, ୨୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ନିକଟରେ ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ଆହତ ଜଣକ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ନୀଳକଣ୍ଠ ନଗରରେ ରହୁଥିବା ପାତ୍ରପଡା ଗ୍ରାମର ବାବୁଲା ବିଷୋୟୀ । ସେ ଚିକିଟି ବ୍ଲକ ଝାଟିପଦର ପଞ୍ଚାୟତର ସହକାରୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।
ସୂଚନାନୁଯାୟୀ, ପଞ୍ଚାୟତ କାମ ସାରି ସେ ନିଜ ବାଇକରେ ଦିଗପହଣ୍ଡି ଫେରୁଥିବା ବେଳେ ଚିକିଟି ଅଭିମୁଖେ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ନଂ. (ଓଆର୍‌୦୭ ଏଚ୍‌ ୦୩୧୦)ଟି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସା ହେବାପରେ ଅବସ୍ଥାରେ ସୁଧାର ନ ଆସିବାରୁ ପରିବାର ଲୋକେ ତାଙ୍କୁ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି।
Dharitri – Odisha’s No.1 Odia Daily