ଦିଗପହଣ୍ଡି/ପାଟପୁର, ୧୩।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ପ୍ରତାରଣା କରିଥିବା ନେଇ ଯୁବତୀ ଜଣକ ଶନିବାର ସାରେ ପାଟପୁର ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଯୁବତୀଜଣଙ୍କ ଭୁବନେଶ୍ୱରରେ ରହି କାମକରୁଥିବା ବେଳେ ଯୁବତୀଙ୍କ ଗ୍ରାମର ଯୁବକଜଣଙ୍କ ତାଙ୍କୁ ଭଲ ପାଇ ବିବାହ କରିବାକୁ କହି ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଗର୍ଭବତୀ ହୋଇଥିବା ଜାଣିବା ପରେ ଯୁବକଜଣଙ୍କ ଗ୍ରାମକୁ ଆସି ପରିବାର ଲୋକଙ୍କ ଚାପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। ଯୁବତୀ ଜଣଙ୍କ ଘଟଣା ଜାଣିବା ପରେ ଗ୍ରାମକୁ ଆସି ଉକ୍ତ ଯୁବକଙ୍କୁ ବିବାହ କରିବା ପାଇଁ କହିବାରୁ ଯୁବକ ଜଣଙ୍କ ତାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେବାରୁ ସେ ନିରୁପାୟ ହୋଇ ପାଟପୁର ଥାନାରେ ଏତଲା ଦେଇଥିବା ଏତଲାରେ ଦର୍ଶାଇଛନ୍ତି।