ପାଟଣା,୨୦।୬(ବୀର କିଶୋର ଦାଶ):ପୁରୀରୁ ଫୁଲୁରି ତେଲ ନେଇ ଗୁରୁବାର ଅପରାହ୍ନରେ ଏକ ପ୍ରତିନିଧି ଦଳ ଆଜି ଅପରାହ୍ନରେ କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପଶି ଜଗନ୍ନାଥ ମନ୍ଦିରକୁ ଫେରିଛନ୍ତି। ଚତୁର୍ଦ୍ଧାମୂର୍ତ୍ତୀ ଅଣସରରେ ଜ୍ୱରରେ ପୀଡ଼ିତ ହେବା ପରେ ଦେବସ୍ନାନ ପୂର୍ଣ୍ଣିମାରୁ ଅଣସର ଗୃହରେ ଥିବାବେଳେ ଜ୍ୱରରୁ ଉପଶମ ପାଇଁ ଶ୍ରୀଜୀଉଙ୍କ ଶ୍ରୀ ଅଙ୍ଗରେ ଫୁଲୁରି ତେଲ ଲେପ ଦିଆଯାଇଥାଏ। ଏହାପରେ ନବ ଯୌବନ ଦର୍ଶନ ହୋଇଥାଏ।ଏହି ପ୍ରତିନିଧି ଦଳରେ ପୁରୁଷୋତ୍ତମ ମହାନ୍ତ, ନବକିଶୋର ରଣl, ଚନ୍ଦ୍ରମଣି ନାଏକ, ଶାନ୍ତନୁ ରଣl, ଦୁର୍ଯ୍ୟୋଧନ ମହାନ୍ତ, ହର୍ଷଚନ୍ଦ୍ର ସେଠୀ ଓ ଅଜୟ ନାଏକ ପ୍ରମୁଖ ସାମିଲ ହୋଇଥିଲେ। ମଲ୍ଲିପୋଷି ରାଜା ଶ୍ରୀ ରବିନାରାୟଣ ସିଂଙ୍କୁ ଫୁଲୁରି ତେଲ ପ୍ରଦାନ କରାଯାଇଛି। ଯାହାକୁ ଗ୍ରାମର ଶହ ଶହ ଜଗନ୍ନାଥ ପ୍ରେମୀ ଏକ ଶୋଭାଯାତ୍ରାରେ ନେଇ ଘଣ୍ଟ ବାଦ୍ୟ ହରିବୋଲ ଧ୍ୱନୀରେ ଗ୍ରାମ ପରିକ୍ରମା କରି ଶ୍ରୀମନ୍ଦିରକୁ ନେଇଥିଲେ।