ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ। ଶୁଭେଚ୍ଛା ଜଣାଇବାକୁ ଲାଗିଛି ମାଳମାଳ ହୋଡିଂ ଓ ବ୍ୟାନର । ସେହିପରି ଗଞ୍ଜାମ ସହର ବଡ଼ ବଜାର ଓ ସାନ ବଜାରଠାରେ ଛତ୍ରପୁର ନିର୍ବାଚନମଣ୍ଡଳୀର ଲୋକପ୍ରିୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନୂଆବର୍ଷ ଅବସରରେ ଶୁଭେଚ୍ଛା ବାର୍ତ୍ତା ବ୍ୟାନର ଲଗାଯାଇଛି । କିନ୍ତୁ ବିଧାୟକଙ୍କ ବ୍ୟାନରରେ ଗଞ୍ଜାମ ସହରର ଟାଣୁଆ ନେତା କୁହାଯାଉଥିବା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଫୋଟ ନ ଥିବା ଦେଖିବାକୁ ମିଳିଛି । ଯାହା ସହରରେ ଚର୍ଚ୍ଚା ଏକ ପ୍ରକାର ଜୋର ଧରିଥିବା ଶୁଣିବାକୁ ମିଳିଛି । ବିଧାୟକଙ୍କ ପୋଷ୍ଟର ବ୍ୟାନରରେ କେନ୍ଦ୍ର ଦଳୀୟ ନେତୃବୃନ୍ଦଙ୍କ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଫୋଟ ଥିବା ଦେଖିବାକୁ ମିଳିଛି । ହେଲେ ଗଞ୍ଜାମ ସହରର ଘରେ ଘରେ ପରିଚିତ ରାମଚନ୍ଦ୍ର ପଣ୍ଡାଙ୍କ ଫୋଟ ନାହିଁ । ଯାହାକୁ ନେଇ ଲୋକେ ଟୁପୁରୁ ଟାପର ହେଉଥିବା ଆଲୋଚନା ହେଉଛି l କିନ୍ତୁ ଏନଏସି ଅଧ୍ୟକ୍ଷାଙ୍କ ପୋଷ୍ଟର ବ୍ୟାନରରେ ପଣ୍ଡା ବାବୁଙ୍କ ଫୋଟ ଥିବା ଦେଖିବାକୁ ମିଳିଛି l ବିଜେଡିର କୌଣସି ନେତା କିମ୍ବା କର୍ମୀଙ୍କ ବ୍ୟାନର ଲାଗି ନଥିବା ଜଣାପଡିଛି।