ଅହମଦାବାଦ,୧୨।୬: ଗୁରୁବାର ଅପରାହ୍ନରେ ଗୁଜୁରାଟର ଅହମଦାବାଦରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦାବି କରାଯାଉଛି ଯେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି ନେତା ବିଜୟ ରୂପାନୀ ଉକ୍ତ ବିମାନରେ ଥିଲେ। ଏକ ବୋର୍ଡିଂ ପାସ ମଧ୍ୟ ସାମ୍ନାକୁ ଆସିଛି। ଏବେ ବିମାନରେ ସେ ବସିଥିବାର ଏକ ଫଟୋ ସାମ୍ନାକୁ ଆସିଛି। ହେଲେ ଏହି ଫଟୋ ସେହି ବିମାନର ନୁହେଁ। ସୋସିଆଲ ମିଡିଆରେ ଏହି ଫଟୋକୁ ଏୟାର ଇଣ୍ଡିଆ 171 ବୋଇଂ 787-8 ସହିତ ଯୋଡାଯାଉଛି, ଯଦିଓ ଏହା ସତ୍ୟ ନୁହେଁ।
ଗୁରୁବାର ଦୁର୍ଘଟଣା ହୋଇଥିବା ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ, ଯେଉଁଥିରେ ୧୬୯ ଭାରତୀୟ ଥିଲେ। ଦୁର୍ଘଟଣାର କିଛି ସମୟ ପରେ, ଏୟାର ଇଣ୍ଡିଆ ଏକ ହେଲ୍ପଲାଇନ ନମ୍ବର ଜାରି କଲା। ଏୟାର ଇଣ୍ଡିଆ ହେଲ୍ପଲାଇନ ନମ୍ବର 1800 5691 444 ଜାରି କଲା। ଏହା ସହିତ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଅହମ୍ମଦାବାଦ ପୋଲିସ ମଧ୍ୟ ହେଲପଲାଇନ ନମ୍ବର ଜାରି କରିଛି।
ଅହମଦାବାଦ ପୋଲିସ କହିଛି ଯେ ଲୋକମାନେ ୦୭୯୨୫୬୨୦୩୫୯ ନମ୍ବରରେ ସୂଚନା ପାଇପାରିବେ। ଏହା ସହିତ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୦୧୧-୨୪୬୧୦୮୪୩, ୯୬୫୦୩୯୧୮୫୯ ଯୋଗାଯୋଗ ନମ୍ବର ଜାରି କରିଛି।