Categories: ବାଣିଜ୍ୟ

ଆଧାରରେ ହେବ ଫୋନ୍‌ପେ ଆକ୍ଟିଭେସନ

ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଫିନଟେକ ପ୍ଲାଟଫର୍ମ ଫୋନ୍‌ ପେ ସୋମବାର ଘୋଷଣା କରିଛି ଯେ, ଆଧାର କାର୍ଡ ଆଧାରିତ ଓଟିପି ଅଥେଣ୍ଟିକେଶନର ବ୍ୟବହାର କରି ଫୋନ୍‌ ପେ ୟୁପିଆଇ ଆକ୍ଟିଭେଶନ ସକ୍ଷମ କରିଛି। ଆଧାର କାର୍ଡ ଆଧାରିତ ୟୁପିଆଇ ଅନବୋର୍ଡିଂ ଫ୍ଲୋ ଆରମ୍ଭ କରିବାରେ ଫୋନ ପେ ହେଉଛି ପ୍ରଥମ ୟୁପିଆଇ ଟିପିଏପି ଆପ୍‌, ଯାହା ପ୍ରଥମ କରି ଲକ୍ଷ ଲକ୍ଷ ଭାରତୀୟଙ୍କୁ ସହଜ ଏବଂ ସୁରକ୍ଷିତ ଭାବେ ଏହି ୟୁପିଆଇ ଇକୋସିଷ୍ଟମର ଅଂଶ ହେବାରେ ସକ୍ଷମ କରିବ। ପୂର୍ବରୁ ୟୁପିଆଇ ଅନବୋର୍ଡିଂ ଫ୍ଲୋ ଅନୁଯାୟୀ ୟୁପିଆଇ ପଞ୍ଜୀକରଣ ପ୍ରକ୍ରିୟା ସମୟରେ ଜଣେ ଉପଭୋକ୍ତାଙ୍କର ୟୁପିଆଇ ପିନ ସେଟ ଅପ କରିବା ପାଇଁ ଏକ ବୈଧ ଡେବିଟ କାର୍ଡ ବାଧ୍ୟତାମୂଳକ ଥିଲା ା ଏ ସମ୍ପର୍କରେ ଫୋନପେର ପେମେଣ୍ଟ ମୁଖ୍ୟ ଶ୍ରୀଦୀପ ଅଗ୍ରୱାଲ କହିଛନ୍ତି, ଆମର ଉପଭୋକ୍ତାଙ୍କ ପାଇଁ ଆଧାର କାର୍ଡ ଆଧାରିତ ଅଥେଣ୍ଟିକେଶନ ପ୍ରଦାନ କରିବାରେ ପ୍ରଥମ ଫିନଟେକ ପ୍ଲାଟଫର୍ମ ହୋଇଥିବାରୁ ଆମେ ଅତ୍ୟନ୍ତ ଉସତ୍ାହିତ।

Share