ପେଟ୍ରୋଲ ବେରେଲ ଫାଟି ଜଳିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଛତ୍ରପୁର,୧୫।୮: ଦିଲ୍ଲୀପ ସାମଲ ବିକ୍ରି କରିବା ପାଇଁ  ଘରେ ରଖି ଥିବା ପେଟ୍ରୋଲ ବେରେଲ ଫାଟି ଅଗ୍ନିକାଣ୍ଡ ଘଟିଛି। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମ ବାଲି ସାହିରେ ଏହିଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସମ୍ପୂର୍ଣ୍ଣ ଘରଟି ଜଳି ଯାଇଥିବା ଦେଖିବାକୁ ମିଳିଛି। ଘରର ଆବାସ ପତ୍ର ମଧ୍ୟ୍ୟ ପୋଡି ନଷ୍ଟ ହୋଇଛି।
ସୂଚନା ମୁତାବକ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ନିଜ ଘରେ ପେଟ୍ରୋଲ ବେରେଲରେ ରଖି ବିକ୍ରି କରୁଥିଲେ। ସକାଳୁ କୌଣସି କାରଣ ବଶତଃ ସେହି ପେଟ୍ରୋଲ ବେରେଲ ନିଆଁ ଲାଗି ଫାଟି ଯାଇଥିଲା। ପରିବାର ଲୋକେ ଅଳ୍ପକେ ବର୍ତ୍ତୀ ଯାଇଥିଲେ। ଖବର ପାଇ ଛତ୍ରପୁରରୁ ୫ଟି ଅଗ୍ନିଶ୍ରମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ଅନ୍ୟପଟେ ଘରର ବହୁ ଆସବାବପତ୍ର ପୋଡି ଜଳି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛ। ଏପରିକି ଦୁଇଟି ଗାଡି ପୋଡି ନଷ୍ଟ ହୋଇଛି । ନିଆଁ ଏତେ ଜୋରରେ ଜାଳିଥିଲା ନିଆଁକୁ ଅୟତ କରିବା ପାଇଁ ଛତ୍ରପୁର, ରମ୍ଭା ଓ ପୁରୁଷୋତ୍ତମପୁରରୁ ମୋଟ ୫ଟି ଦମକଳ ଆସି ନିଆଁକୁ ଆୟତ କରିଥିଲେ। ଏହି ନିଆଁ ଏତେ ଜୋରରେ ଜାଳିଥିଲା ଯେ,  ପଡୋଶୀ ଘରର କାନ୍ଥ ମଧ୍ୟ୍ୟ ଫାଟ ଦେଇଥିବା ଦେଖିବାକୁ ମିଳିଥିଲା। ଘଟଣାର ଖବର ପାଇଁ ରାଜସ୍ବ ବିଭାଗ ପହଞ୍ଚିି ସ୍ଥିତି ପରଖିଥିଲେ।

Share