ଛୋଟ ପିଲାଙ୍କୁ କାମୁଡ଼ିବାରୁ ୨୯ ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ…

ଦୋହା,୨୧।୭ : କାତାରରେ ସଶସ୍ତ୍ର ଲୋକେ ଏକ ଅଞ୍ଚଳରେ ଆକ୍ରମଣ କରି ୨୯ ବୁଲା କୁକୁରଙ୍କୁ ହତ୍ୟା କରଛନ୍ତି। ସଶସ୍ତ୍ର ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି ଯେ ଗୋଟିଏ କୁକୁର ସେମାନଙ୍କ ଛୋଟ ପିଲାକୁ କାମୁଡ଼ି ଦେଇଛି। ଏହି ଘଟଣା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ସମ୍ପର୍କରେ ଦୋହା ସ୍ଥିତ ଉଦ୍ଧାର ସଂଗଠନ ପାଉସ ରେସକ୍ୟୁ କାତାର ଦ୍ୱାରା କୁହାଯାଇଛି ଯେ ଆକ୍ରମଣକାରୀମାନେ ଏକ କାରଖାନାର ସୁରକ୍ଷିତ ଅଞ୍ଚଳକୁ ଯାଇ ପ୍ରଥମେ ସୁରକ୍ଷାକର୍ମୀଙ୍କୁ ଅସ୍ତ୍ରଶସ୍ତ୍ରରେ ଧମକ ଦେଇଥିଲେ, ପରେ ଭିତରକୁ ଯାଇ କୁକୁର ଛୁଆ ସମେତ ୨୯ କୁକୁରଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ସେଠାରେ ଥିବା ବହୁ କୁକୁର ମଧ୍ୟ ଆହତ ହୋଇଛନ୍ତି।
ଏହି ସୁରକ୍ଷିତ ଅଞ୍ଚଳରେ ଲୋକେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା ସହିତ ସେମାନଙ୍କର ଯତ୍ନ ନେଇଥାନ୍ତି। ଦୋହା ନ୍ୟୁଜ ଅନୁଯାୟୀ, ଏହି ହତ୍ୟା ଘଟଣାରେ ଲୋକମାନେ ଅତ୍ୟଧିକ କ୍ରୋଧିତ ଏବଂ ଦୁଃଖିତ ହୋଇ ପଡ଼ିଛନ୍ତି। ଆନିମଲ ରାଇଟସ୍‌ ସଷ୍ଟେନବିଲିଟି ବ୍ରାଣ୍ଡ ରୋନି ହେଲୋ ହତ୍ୟାକୁ ବର୍ବର ଏବଂ କାତାର ସମାଜ ପାଇଁ ବିପଜ୍ଜନକ ବୋଲି କହିଛନ୍ତି।