West Bengal, Dec 20 (ANI): Union Home Minister Amit Shah greets his supporters during a roadshow in Bolpur on Sunday. (ANI Photo)
ଶ୍ରୀନଗର,୨୪।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଛନ୍ତି । ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଶାହ ପ୍ରଥମଥର ପାଇଁ ରାଜ୍ୟ ଗସ୍ତ କରିଛନ୍ତି। ଭଗବତୀ ନଗର ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରି ଶାହା କହିଛନ୍ତି, ଜମ୍ମୁ କଶ୍ମୀର ପ୍ରଧାନମନ୍ତ୍ରୀ ମୋଦିଙ୍କ ହୃଦୟରେ ଅଛି ।
ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଥିବା ବିକାଶର ଯୁଗକୁ କେହି ଅଟକାଇ ପାରିବେ ନାହିଁ। ଏହା ହେଉଛି ମନ୍ଦିରର ଭୂମି, ମାତା ବୈଷ୍ନୋଦେବୀ ଏବଂ ପ୍ରେମନାଥ ଡୋଗ୍ରାଙ୍କର ଭୂମି। ଏହି ମାଟି ପାଇଁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଅବିସ୍ମରଣୀୟ। ଜମ୍ମୁ କଶ୍ମୀରରେ ଶାନ୍ତି ସଫଳ ହେବ ଜମ୍ମୁ ଆଉ ଭେଦଭାବ ଶିକାର ହେବ ନାହିଁ । ଜମ୍ମୁବାସୀଙ୍କୁ ଅଲଗା କରିବାର ସମୟ ସରିଯାଇଛି। ଏବେ ଉଭୟ କଶ୍ମୀର ଏବଂ ଜମ୍ମୁ ଏକାଠି ବିକଶିତ ହେବ ବୋଲି ସେ କହିଛନ୍ତି।