ପାଟଣା,୨୨ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପୋସି ଆଦର୍ଶ ସ୍କୁଲ ଛକରୁ ପାଟନାଳି ପର୍ଯ୍ୟନ୍ତ ଦୀର୍ଘ ୪ କିଲୋମିଟର ମାଟି ରାସ୍ତା ଖାଲ, ଖମା, ପାଣି କାଦୁଅରେ ଭର୍ତ୍ତି ହୋଇଛି। ଫଳରେ ନୀତିଦିନ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟୁଥିବା ବେଳେ ଲୋକେ କେନ୍ଦେଇପୋସି ଉପ ସ୍ବାସ୍ଥ୍ୟକେନ୍ଦ୍ର, ପାଟଣା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର, ପାଟଣା ବ୍ଲକ, ତହସିଲ, କଲେଜ, ତୁରୁମୁଙ୍ଗା ଥାନାକୁ ଯିବା ଆସିବା କରିବାରେ ଅକଥନୀୟ ହଇରାଣ ହରକତ ହେଉଛନ୍ତି। ଏନେଇ ଗ୍ରାମବାସୀ ଏମ୍ପିଧ୍, ବିଧାୟକ, ବ୍ଲକ ଅଧ୍ୟକ୍ଷ, ବିଡିଓ, ସରପଞ୍ଚଙ୍କଠାରେ ଗୁହାରି କରି ଫେଲ ମାରିବା ପରେ ଶୁକ୍ରବାର ରାସ୍ତାରେ ପ୍ରତିବାଦ କରିଥିଲେ। ଆଗାମୀ ଦିନରେ ଗାଡ଼ି ରାସ୍ତାକୁ କଂକ୍ରିଟ କି ପିଚୁ ନ କଲେ ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।