ବାସୁଦେବପୁର,୫।୨(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜଆଡ଼ିଆ ଗ୍ରାମରେ ଏକ ଗଣ୍ଡଗୋଳ ବେଳେ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ନବଘନ ମଳିକ(୪୫)ଙ୍କ ମୃତ୍ୟୁ ପରେ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୃତକଙ୍କ ପରିବାର ସମେତ ଉତ୍ତ୍ୟକ୍ତ ଲୋକେ ନାୟକାଣୀଡିହି ଥାନା ପରିସରରେ ହୋହଲ୍ଲା କରିବା ସହ ଭିତରକୁ ଧସେଇ ପଶିଥିଲେ। ରାତି ପ୍ରାୟ ୯ଟା ବେଳେ ଜିଲା ଅତିରିକ୍ତ ଏସ୍ପି ଅରୂପ ଅଭିଷେକ ବେହେରା, କଷିଆ ସାମୁଦ୍ରିକ ଥାନା ଆଇଆଇସି ସାବିତ୍ରୀ ପଣ୍ଡା ପ୍ରମୁଖ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଖବର ଲେଖାହେବା ପର୍ଯ୍ୟନ୍ତ ସେମାନେ ଜିଦ୍ରେ ଅଟଳ ରହିଥିଲେ।