ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବୁଧବାର ସକାଳୁ ହାତୀଟି ଘସିପୁରା ବଜାର ଦେଇ ଶୈଲଙ୍ଗ କଇନିପୁରା, ନଦୁଆଁ ଗ୍ରାମରେ ପଶି ଯାଇଥିବା ବେଳେ ଏବେ ହାତୀଟି ପାଟଣା, ଅତାସାହି ଗ୍ରାମରେ ପହଂଚି ଥିବା ସୂଚନା ମିଳିଛି । ହାତୀଟି ଗତକାଲି ହାଟଡିହି ଅଞ୍ଚଳରେ ବୁଲୁଥିବାବେଳେ ଆନନ୍ଦପୁର ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜ ପଥ ଦେଇ ଚାଲି ଚାଲି ଆସି ସକାଳୁ ୨୦ ନମ୍ବର ରାଜପଥ ପାର୍‌ ହୋଇ ଘସିପୁରା ଅଞ୍ଚଳରେ ଗାଁ ଗାଁରେ ବୁଲୁଥିବା ଜଣାପଡିଛି । ବନବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ପୂରା ଟିମ ନଜର ରଖିଛନ୍ତି। ଜଙ୍ଗଲ ଦିନକୁ ଦିନ କ୍ଷୟ ହେବା ଦାରା ଆଜି ଜଙ୍ଗଲରେ ବାନ୍ୟଜନ୍ତୁ ସୁରକ୍ଷିତରେ ରହିପାରୁନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Dharitri – The Largest & Most Trusted Odia Daily