ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସ୍ବାମ କଲ୍ୟାଣ ମଣ୍ଡପରେ କ୍ଷତିଗ୍ରସ୍ତ ଲୋକେ ପଲିଥିନ ବଣ୍ଟନ କରୁଥିବା ପିଇଓ ଏବଂ ଆରଆଇଙ୍କୁ କଲ୍ୟାଣ ମଣ୍ଡପରେ ତାଲା ପକାଇ ଦେଇଥିବା ଜଣାପଡିଛି। ଘଟଣାସ୍ଥଳରେ ପାଟଣା ଅତିରିକ୍ତ ତହସିଲ ଦାର ଶରଣ କୁମାର୍ ଜେନା ଓ ପୋଲିସ ପହଞ୍ଚି ଆରଆଇଙ୍କୁ ଉଦ୍ଧାର କରିଥିଲେ। ଆରଆଇ ରଞ୍ଜିତା ଜେନାଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପରେ ପରିସ୍ଥିତି ସ୍ବାଭାବିକ ସହ ରାସ୍ତା ରୋକୋ ହଟିଥିଲା।